fbpx

ଚିକେନ ନଦେଲେ ଖାଇବି ନାହିଁ । କରୋନା ରୋଗୀଙ୍କ ଚିକେନ ଡିମାଣ୍ଡ କୁ ନେଇ ମେଡିକାଲ ପ୍ରଶାସନର ମୁଣ୍ଡବ୍ୟଥା

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):କରେନା ରୋଗୀଙ୍କ ଚିକିତ୍ସାରେ ଯେପରି ଅବହେଳା ନହୁଏ ସେଥିପାଇଁ ପୁରା ଦମ ଲଗାଉଛନ୍ତି ସରକାର । ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ବି ସଂକ୍ରମିତ ହେଉଥିବା ଖବର ଆସୁଛି । ରୋଗୀଙ୍କ ମାଗଣା ଚିକତ୍ସା ପାଇଁ ବି ବନ୍ଦୋବସ୍ତ କରିଛନ୍ତି ସରକାର । ଏଭଳି ଅବସ୍ଥାରେ ଚିକିତ୍ସତ ହେଉଥିବା ରୋଗୀଙ୍କ ଅବଜବ ଗଜବ ଡିମାଣ୍ଡ ଏବେ ମେଡିକାଲ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । କରୋନା ସଂକ୍ରମିତ ହୋଇ ମଧ୍ୟପ୍ରଦେଶ ଭୋପାଳର ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ଚିକେନ ଖାଇବାକୁ ଜିଦ ଧରିଛନ୍ତି ।ମେଡିକାଲରେ ଅନ୍ୟ ରୋଗୀକୁ ଦିଆଯାଉଥିବା ଭାତ ଡାଲି ତାଙ୍କୁ ଭଲ ଲାଗୁନାହିଁ । ଏପରିକି ଚିକେନ ନଦେଲେ ଖାଇବି ନାହିଁ ବୋଲି ଜିଦି ଧରିଛନ୍ତି ସଇଦ ଭୋପାଲି ନାମକ ଏହି ରୋଗୀ । ଯାହା ଏବେ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଚିନ୍ତାରେ ପକାଇଛି ।

Get real time updates directly on you device, subscribe now.