fbpx

ଗ୍ରୀନ ଜୋନରେ ଖୋଲିବ ମଦ ଏବଂ ପାନ ଦୋକାନ

ଭୁବନେଶ୍ୱର,୧/୫(ଓଡିଶା ଭାସ୍କର): ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାସହ ଗ୍ରୀନ ଜୋନରେ ଖୋଲା ରହିବ ପାନ ଏବଂ ମଦ ଦୋକାନ। କିନ୍ତୁ ଲୋକ ମଧ୍ୟରେ ୬ଫିଟ ର ଦୂରତା ରହିବା ସହ ଦୋକାନ ରେ ୫ରୁ ଅଧିକ ଲୋକ ରହିପାରିବେନି।

ଶେଷ ହେବ ଦେଢ଼ ମାସ ର ଅପେକ୍ଷା l ମେ ଚାରି ତାରିଖ ରୁ ଖୋଲିବ ମଦ ଦୋକାନ ଓ ପାନ ଦୋକାନ l ଲକ ଡାଉନ ପାଇଁ ସରକାର ବହୁ ରାଜସ୍ବ ହରାଇଛନ୍ତି l ଯାହାର ଭରଣା ନିକଟରେ ସମ୍ଭବ ନୁହେଁ l ଅବକାରୀ ଏପରି ଏକ ବିଭାଗ ଯାହା ସରକାରଙ୍କୁ ତୁରନ୍ତ ରାଜସ୍ବ ଦେବାରେ ସହାୟକ ହେବ l ଅନ୍ୟ ପକ୍ଷରେ ମଦ ଦୋକାନ ବନ୍ଦ ଥିବାରୁ ଚୋରା ମଦ କାରବାର ବଢିଛି l ଚୋରା ମଦ ଠୁ ଆହୁରି ବିପଦଜନକ କଥା ହେଉଛି ଭେଜାଲ ମଦ l ଲକ ଡାଉନ ଆଗକୁ ବଢିଲେ ମଦ ମୃତ୍ୟୁ ଆଶଙ୍କା ଥିବା ଡିଷ୍ଟ୍ରିକ୍ଟ ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ଦେଇଛି l ଏଭଳି ଅବସ୍ଥା ରେ ସରକାର ମଦ ଦୋକାନ ଖୋଲିବାକୁ ସବୁଜ ସଂକେତ ଦେଇଛନ୍ତି l

Get real time updates directly on you device, subscribe now.