fbpx

ଜାଣନ୍ତୁ, ଆଜି କଣ ରହିଛି ଆପଣଙ୍କ ରାଶିରେ (ମଇ ୩, ରବିବାର)

ମେଷ – ଶୁଭ ଚନ୍ଦ୍ର ଚଳନ ହେତୁ ଆଜିର ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବ, କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ଖଣ୍ଡିଆ ଖାବରା ହେବାର ସମ୍ବାବନା ତେଣୁ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ ।
ବୃଷ – ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ମିଥୁନ – କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ମଧ୍ୟରେ ରହିବେ ।
କର୍କଟ – ଅଶୁଭ ଚନ୍ଦ୍ର ଚଳନ ହେତୁ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ମନମୁତାବକ ଫଳ ପାଇବେ ନାହିଁ
ସିହଂ – କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ ହେବ । ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିପାରିବେ । କୌଣସି ନୁତନ ଯୋଜନା ଫଳବତୀ ହେବ ।
କନ୍ୟା – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ, ଭଲରେ ସମସ୍ତ କାର୍ଯ୍ୟ ସମାପନ ହେବ ।
ତୁଳା – ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ଆନନ୍ଦ ପରିବେଷ ମଧ୍ୟରେ ଅତିବାହିତ ହେବା ସହିତ ମାନସମ୍ମାନ ବଢିବ ଫଳରେ ମାନସିକ ସ୍ତରରେ ଅତ୍ୟନ୍ତ ଖୁସି ରହିବେ । ଦୂର ଯାତ୍ରା କରିପାରନ୍ତି ।
ବିଛା – ଅଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।
ଧନୁ – ଶୁଭ ଚନ୍ଦ୍ରଙ୍କ ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
ମକର – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
କୁମ୍ଭ – ଶୁଭଚନ୍ଦ୍ରଙ୍କର ଶୁଭାର୍ଶିବାଦରେ ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ମୀନ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ନୁତନ ଦ୍ରବ୍ୟ କ୍ରୟ କରିବେ, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଜୀବନ ସୁଖରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

Get real time updates directly on you device, subscribe now.