fbpx

ଦାନା ବାନ୍ଧୁଛି ବାତ୍ୟା ଅମ୍ପାନ ,୧୩ ତାରିଖରେ ଓଡିଶା ସହ ଘଷି ହୋଇଯିବ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର):ପୁଣି ବଙ୍ଗୋପସାଗରରେ ଦନା ବାନ୍ଧିଲା ବାତ୍ୟା ।୩ ତାରିଖର ଲଘୁଚାପ ଦୁର୍ବଳ ହେବା ପରେ ଆସୁଛି ଆଉ ଏକ ଲଘୁଚାପ । ଯାହା ଘନୀଭୂତ ହୋଇ ଆଉ ଏକ ବାତ୍ୟାର ରୂପ ନେବାକୁ ଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ହେବ ଅମ୍ପାନ । ସାମ୍ଭାବ୍ୟ ବାତ୍ୟା ଓଡିଶା ଉପକୂଳର ଅତି ନିକଟରେ ଯିବାର ପୂର୍ବାନୁମାନ କରାଯାଇଛି । ଏପରିକି ଉପକୂଳ ସହ ଘଷି ହୋଇଯିବାର ସମ୍ଭାବନା ବି ଅଧିକ ।ଆସନ୍ତା ୭ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ୧୧ ତାରିଖ ବେଳକୁ ଭୀଷଣ ଅବପାତ ଓ ବାତ୍ୟାର ରୂପ ନେବ । ଏହା ଉତ୍ତର-ଉତତ୍ତରରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ୧୩ ତାରିଖ ଭୋର ୫ଟାରେ ଏହା ଓଡିଶା ଉପକୂଳରେ ଘଷି ହୋଇଯିବ । ଓଡିଶା ଉପକୁଳ ଦେଇ ଯିବା ବେଳକୁ ଏହା ସଭିୟର ସାଇକ୍ଳୋନିକ ଷ୍ଟ୍ରର୍ମରେ ପରିଣତ ହୋଇସାରିଥିବ । ସେତେବେଳେ ଘଣ୍ଟାପ୍ରତି ପବନର ବେଗ ୯୦ ରୁ ୧୨୦ କିମି ରହିବା ପୂର୍ବାନୁମାନ କରାଯାଉଛି ।

Get real time updates directly on you device, subscribe now.