NATIONALTOP STORIES

ହେଲମେଟରେ ଲାଗିବ ଏସି!

ସୂଚନା ଅନୁସାରେ, ଜଣେ ୨୨ ବର୍ଷୀୟ ଯୁବକ ଏଭଳି ଏକ ଚମତ୍କାର କରିବାକୁ ଯୋଜନା କରିଛନ୍ତି। ଅଧିକାଂଶ ଲୋକେ ଗରମ ଦିନରେ ହେଲମେଟ ପିନ୍ଧିବାକୁ ବି ପସନ୍ଦ କରନ୍ତି ନାହିଁ। କାରଣ ହେଲମେଟ ପିନ୍ଧିବା ପରେ ଅଧିକ ଗରମ ଅନୁଭୂତ ହୁଏ। ହେଲେ ହେଲମେଟ ନ ପିନ୍ଧିବାରୁ ନିଜର ସୁରକ୍ଷାକୁ ବି ଭୁଲିଯାଇଥାନ୍ତି।
ତେବେ ସୁରକ୍ଷା ସହ ଗରମ ପ୍ରକୋପରୁ ବଞ୍ଚିବା ପାଇଁ ହାଇଦ୍ରାବାଦର ଏହି ମେକାନିକାଲ ଇଞ୍ଜିନିୟର ଆନନ୍ଦ କୁମାରଙ୍କ ସମେତ ୨ ଯୁବକ ତିଆରି କରିବେ ଏସି ହେଲମେଟ। ୨୦୧୬ ମସିହାରୁ ନିଜ ପାଠପଢା ସାରିଥିବାବେଳେ ଏହା ପୂର୍ବରୁ ମଧ୍ୟ ଏସି ହେଲମେଟ ତିଆରି କରିଥିଲେ ଏହି ୩ ମେକାନିକାଲ ଇଞ୍ଜିନିୟର।

ଅନ୍ୟପଟେ ବାଇକ ରାଇଡର୍ସମାନେ ଏହି ଅପକମିଂ ଏସି ହେଲମେଟକୁ ବ୍ୟବହାର କରିପାରିବେ। ହେଲମେଟ ପିନ୍ଧି ନିଜର ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଏଥିରେ ଲାଗିଥିବା ଏସି ଗରମରୁ ମୁକ୍ତି ଦେବା ନେଇ ସୂଚନା ରହିଛି। ଏହି ୩ ଜଣଙ୍କ ପ୍ରୟାସକୁ ତେଲେଙ୍ଗାନା ସରକାର ପ୍ରଶଂସା କରିଛନ୍ତି। ଏମାନଙ୍କ ଆରମ୍ଭ ଷ୍ଟାର୍ଟଅପକୁ ସହାୟତା କରିବାକୁ ସରକାର ସାହାଯ୍ୟ କରିବେ। ଏହି ଇଣ୍ଡଷ୍ଟ୍ରିଆଲ ହେଲମେଟକୁ କିଣିବା ପାଇଁ ଭାରତୀୟ ନୌସେନା ଓ ଟାଟା ମୋଟର୍ସ ଇଚ୍ଛା ପ୍ରକାଶ କରିଛନ୍ତି।

ଏବର୍ଷ ମାର୍ଚ୍ଚ ମାସରୁ ପ୍ରତି ମାସରେ ୧୦୦୦ ହେଲମେଟର ତିଆରି ନେଇ ଜଣେ ଇଞ୍ଜିନିୟର ମଧ୍ୟ ସୂଚନା ଦେଇଛନ୍ତି। ଏହା ସହ ହାଇଦ୍ରାବାଦର ଟ୍ରାଫିକକୁ ୨୦ଟି ହେଲମେଟ ଉପହାର ସଦୃଶ ପ୍ରଦାନ କରିବେ ବୋଲି ଏମାନେ ନିଷ୍ପତ୍ତି ନେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close