TECHTOP STORIES

ଗୁଗୁଲ ଅପେକ୍ଷା ଏହି ସର୍ଚ୍ଚ ଇଞ୍ଜିନ ଆପଣଙ୍କ ପ୍ରାଇଭେସିକୁ ରଖେ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ,୪/୪ ସମସ୍ତେ ଜାଣିଛନ୍ତି ଦୁନିଆର ସବୁଠୁ ଲୋକପ୍ରିୟ ଓ ଅଧିକ ବ୍ୟବହାର କରାଯାଉଥିବା ସର୍ଚ୍ଚ ଇଞ୍ଜିନ ହେଉଛି ଗୁଗୁଲ । ଆଜି ଯାଏଁ ଏହାକୁ ସାମ୍ନା କରିପାରୁଥିବା ଭଳି କୌଣସି ଇଞ୍ଜିନ ଆସିନାହିଁ । ୱିଂଙ୍ଗ, ୟାହୁ ହେଉଛି ଏସବୁରୁ ବହୁ ଦୂରରେ । ହେଲେ ଏଠାରେ ଗୋଟିଏ ପ୍ରଶ୍ନ ମଧ୍ୟ ଆସୁଛି ଯେ, ଗୁଗୁଲ କ’ଣ ଦୁନିଆର ସବୁଠୁ ବେଷ୍ଟ ଇଞ୍ଜିନ ? ସର୍ଚ୍ଚ ରେଜଲ୍ଟ୍ ମାମଲାରେ ଗୁଗୁଲ ସର୍ଚ୍ଚ ଇଞ୍ଜିନ ହେଉଛି ସବୁଠୁ ଭଲ ଏବଂ ଉନ୍ନତଧରଣର । ହେଲେ ଯଦି ଆପଣଙ୍କୁ ପ୍ରାଇଭେସି ପସନ୍ଦ ତାହେଲେ ଆପଣଙ୍କୁ ଗୁଗୁଲ ଅପେକ୍ଷା ହୁଏତ ପ୍ରାଇଭେସି ଫୋକସ୍ଡ ସର୍ଚ୍ଚ ଇଞ୍ଜିନ ବେଶି ପସନ୍ଦ ଆସିବ । ସେଥିପାଇଁ ଏବେ ଗୁଗୁଲ ଛଡା ଆଉ ନୂଆ ଇଞ୍ଜିନ ଆସିଛି, ଯାହା ଆପଣଙ୍କ ପ୍ରାଇଭେସିକୁ ରଖିବ ଅଧିକ ସୁରକ୍ଷିତ । ତେବେ ଆସନ୍ତୁ ଜାଣିବା ସେହି ଇଞ୍ଜିନ ସବୁ କଣ
• ଡକ୍ ଡକ୍ ଗୋ
ଏହା ଏଭଳି ଏକ ସର୍ଚ୍ଚ ଇଞ୍ଜିନ, ଯାହାକୁ ପ୍ରାଇଭେସି ରଖୁଥିବା ଲୋକେ ବେଶି ପସନ୍ଦ କରିଥାନ୍ତି । ଏହା ବ୍ୟବହାରକାରୀଙ୍କ ଡାଟା ନେଇ ନଥାଏ ବୋଲି ଦାବି କରିଛି କମ୍ପାନୀ । ଅନୋନିମ୍ସ ସର୍ଚ୍ଚ କରିବା ପାଇଁ ଏହା ହେଉଛି ବେଷ୍ଟ ଟୁଲ ଏବଂ ଏହାକୁ ସର୍ଚ୍ଚ କରିବା ଫଳରେ କୌଣସି ପ୍ରକାର ବିଜ୍ଞାପନ ଦେଖିବାକୁ ମିଳିନଥାଏ । ଏହି ବ୍ରାଉଜର ଏକ୍ସଟେସନ ଗୁଗୁଲ କ୍ରୋମରେ ମଧ୍ୟ ଉପଲବ୍ଧ । ଯାହାକୁ ଆପଣ ଡାଉନଲୋଡ କରି ନିଜ ବ୍ରାଉଜରରେ ସେଟ ମଧ୍ୟ କରିପାରିବେ । ଏହି କମ୍ପାନୀ ଆପଣଙ୍କ ଡାଟାକୁ ନିଜ ସର୍ଭରରେ ଷ୍ଟୋର କରିନଥାଏ ଏବଂ କାହା ସହ ଶେୟାର ମଧ୍ୟ କରିନଥାଏ ।
• ଷ୍ଟାର୍ଟ ପେଜ
ଏହି ସର୍ଚ୍ଚ ଇଞ୍ଜିନକୁ ମଧ୍ୟ ଗୁଗୁଲ ଅପେକ୍ଷା ଭଲ ବୋଲି କୁହାଯାଏ । ଏହି ସର୍ଚ୍ଚ ଇଞ୍ଜିନ ଦ୍ୱାରା କରାଯାଇଥିବା ସର୍ଚ୍ଚ ରେକର୍ଡ ହୋଇନଥାଏ ଏବଂ ବ୍ୟବହାରକାରୀଙ୍କୁ ଏହା ଟ୍ରାକ ମଧ୍ୟ କରିନଥାଏ । ଯଦି ଆପଣ କିଛି ସର୍ଚ୍ଚ କରିବା ପାଇଁ ଚାହୁଁଛନ୍ତି ଏବଂ ସେ ବିଷୟରେ ଯେପରି କେହି ନଜାଣନ୍ତୁ ବୋଲି ଆପଣ ଚାହୁଁଛନ୍ତି, ତେବେ ଏହି ସର୍ଚ୍ଚ ଇଞ୍ଜିନ ଆପଣଙ୍କୁ ସାହାଯ୍ୟ କରିବ ।

Show More

Related Articles

Leave a Reply

Your email address will not be published. Required fields are marked *