fbpx

‘ସିଦ୍ଧାର୍ଥ’ ନାଁର ଫେକ୍ ଆକାଉଣ୍ଟ କରି ଯୌନ ନିର୍ଯ୍ୟାତନାର ପ୍ଲାନ ଦେଉଥିଲେ ଯୁବତୀ

ଜଣେ ଯୁବତୀ ନିଜ ସ୍ନାପଚାଟରେ ଏକ ଫେକ୍ ପ୍ରୋଫାଇଲ୍ ସୃଷ୍ଟି କରି ନିଜର କ୍ଳାସମେଟ ବା ସହପାଠୀଙ୍କ ସହ ଯୌନ ନିର୍ଯ୍ୟାତନା ବିଷୟରେ କଥା ହୋଇଥିଲେ । ଏନେଇ ବୋଇସ୍ ଲକର ରୁମ୍ ଚାଟର ଯାଞ୍ଚ ପରେ ଖୁଲାସା ହୋଇଛି । କଥାବାର୍ତ୍ତା ବେଳେ ପୁଅଟି ଯୌନ ନିର୍ଯ୍ୟାତନାରେ ଭାଗ ନେବାକୁ ମନା କରିଥିଲା ଓ ଉତ୍ତର ଦେବା ମଧ୍ୟ ବନ୍ଦ କରିଥିଲା । ଏହାର ସ୍କିନସର୍ଟ ପ୍ରଥମେ ଲକର ରୁମରୁ ଭାଇରାଲ ହୋଇଥିଲା । ପରେ ଜଣାପଡିଲା କି ସିଦ୍ଧାର୍ଥ ନାମରେ ଏକ ଫେକ୍ ଆକାଉଣ୍ଟ କରି ଜଣେ ଯୁବତୀ ନିଜ ସହପାଠୀମାନଙ୍କ ସହ ଯୌନ ନିର୍ଯ୍ୟାତନା ବିଷୟରେ କଥା ହୋଇଥିଲା । ହୁଏତ ସେ ନିଜର ସହପାଠୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହୁଥିଲା ବୋଲି ପୋଲିସ କହିଛି ।

ତେବେ ସ୍କିନସର୍ଟରେ ସିଦ୍ଧାର୍ଥ ନାମରେ ଖୋଲାହୋଇଥିବା ଆକାଉଣ୍ଟରୁ ଯୌନ ନିର୍ଯ୍ୟାତନା ଯୋଜନା କରିବାକୁ ପରାମର୍ଶ ଦିଆଯାଉଥିଲା ବୋଲି ଡିସିପି ଆନିଶ ରାୟ କହିଛନ୍ତି । ଯାଞ୍ଚରୁ ଜଣାପଡିଲା କି, ଯେଉଁ ଯୁବତୀ ଏହି କାରନାମା କରିଥିଲେ ସେ ଓ ତାଙ୍କ ସହପାଠୀ ପାଖାପାଖି ରହୁଥିଲେ । ନିଜ ସହପାଠୀର ଚରିତ୍ର ଜାଣିବାକୁ ଯୁବତୀ ଏପରି କରିଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.