TECHTOP STORIES

ଏହି ଫୋନରେ ବନ୍ଦ ହୋଇଯିବ ଫେସବୁକ, ଇନଷ୍ଟ୍ରାଗ୍ରାମ ଓ ମେସେଞ୍ଜର

ନୂଆଦିଲ୍ଲୀ,୫/୪ ଅପ୍ରେଲ ୩୦ ସୁଦ୍ଧା କିଛି ସ୍ମାର୍ଟ ଫୋନରେ ବନ୍ଦ ହୋଇଯିବ ଫେସବୁକ, ଇନଷ୍ଟ୍ରାଗ୍ରାମ ଓ ମେସେଞ୍ଜର । ୱିଣ୍ଡୋଜ ଫୋନ ପାଇଁ ଫେସବୁକ ସପୋର୍ଟ ଆଉ ମିଳିବ ନାହିଁ ବୋଲି ସୂଚନା ଦେଇଛି ମାଇକ୍ରୋସଫ୍ଟ କମ୍ପାନୀ । ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ଫୋନ ଅଛି ତେବେ ଆପଣଙ୍କୁ ମଧ୍ୟ ସୋସିଆଲ ମିଡିଆର ସପୋର୍ଟ ଆଉ ମିଳିବ ନାହିଁ । ମାତ୍ର ୱିଣ୍ଡୋଜ ଫୋନ ବ୍ୟବହାରକାରୀ ଏହାକୁ ଆକ୍ସେସ କରିପାରିବେ । ଆଉ ଏଥିପାଇଁ ସେମାନଙ୍କୁ ୩ୟ ପାର୍ଟି ଆପ୍ କିମ୍ବା ୱେବ୍ର ସାହାରା ନେବାକୁ ହେବ । ୨୦୧୯ ଡିସେମ୍ବର ପରେ ୱିଣ୍ଡୋଜ ଫୋନ ପାଇଁ ସିକ୍ୱୋରିଟି ଅପଡେଟ୍ସ ମିଳିବ ନାହିଁ ବୋଲି ମାଇକ୍ରୋସଫ୍ଟ ଘୋଷଣା କରିସାରିଛି । ଏବେ ୱିଣ୍ଡୋଜ ସ୍ମାର୍ଟଫୋନ ନିର୍ମାଣ ହେବା ବନ୍ଦ ହୋଇଯାଇଥିବା ବେଳେ ବହୁ ପୂର୍ବରୁ କମ୍ପାନୀ ଏହାର ଲଞ୍ଚ କରିବା ମଧ୍ୟ ବନ୍ଦ କରିଦେଇଛି । ପୁରୁଣା ୱିଣ୍ଡୋଜ ସ୍ମାର୍ଟଫୋନରେ ହ୍ୱାଟସ ଆପ୍ ସପୋର୍ଟ ଦେବା ବନ୍ଦ ହୋଇଯାଇଥିବା ବେଳେ ଏବେ ଏହି ଫୋନ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ଏହା ବନ୍ଦ ହେବ କି ନାହିଁ , ତାହା ସ୍ପଷ୍ଟ ହୋଇନାହିଁ ।

Show More

Leave a Reply

Your email address will not be published. Required fields are marked *

Related Articles