TECHTOP STORIES

୩୦ ଏପ୍ରିଲରୁ ଏହି ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ଫେସବୁକ

ନୂଆଦିଲ୍ଲୀ,୬/୪ କଣ ଆପଣ ଫେସବୁକ, ଇନଷ୍ଟ୍ରାଗ୍ରାମ ଆଉ ମେସେଞ୍ଜର ବ୍ୟବହାର କରନ୍ତି ? ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଏକ ଖରାପ ଖବର । କାରଣ ଏପ୍ରିଲ ୩୦ ପରଠାରୁ କିଛିି ସ୍ମାର୍ଟ ଫୋନରେ ବନ୍ଦ ହୋଇଯିବ ଏହି ସବୁ ମେସେଜିଂ ଆପ୍ । ହେଲେ ଆପଣ ଯଦି ଆଣ୍ଡ୍ରଏଡ କିମ୍ବା ଆଇଓଏସ ବ୍ୟବହାର କରୁଛନ୍ତି, ତେବେ କିଛି ବ୍ୟସ୍ତ ହେବା ଦରକାର ନାହିଁ । ୩୦ ଏପ୍ରିଲ ପରଠାରୁ ୱିଣ୍ଡୋଜ ଫୋନରେ ଏହା ସପୋର୍ଟ ଦେବା ବନ୍ଦ କରିଦେବ ବୋଲି ମାଇକ୍ରୋସଫ୍ଟ କମ୍ପାନୀ ଘୋଷଣା କରିଛି । ମାତ୍ର ୱିଣ୍ଡୋଜ ବ୍ୟବହାରକାରୀ ସୋସିଆଲ ମିଡିଆର ୩ୟ ପାର୍ଟି ଆପ କିମ୍ବା ୱେବ ମାଧ୍ୟମରେ ଏହାକୁ ଆକ୍ସେସ କରିପାରିବେ ।

Show More

Related Articles

Leave a Reply

Your email address will not be published. Required fields are marked *