INTERNATIONAL NEWSTOP STORIES

‘ଶୁଳ୍କ ରାଜା’ ହେଉଛି ଭାରତ: ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ,୭/୪ ଆମେରିକାର ସମସ୍ତ ଉତ୍ପାଦ ଉପରେ ଭାରତ ଶତ ପ୍ରତିଶତରୁ ଅଧିକ ଶୁଳ୍କ ଲଗାଉଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଏହି ସବୁ ଉତ୍ପାଦ ଉପରେ ଶୁଳ୍କ ଲଗାଉନଥିବା ବେଳେ ଭାରତ ଏହା ଉପରେ ଶୁଳ୍କ ଲଗାଉଛି । ଅଧିକ ଶୁଳ୍କ ଲଗାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ରହିଛି । ଭାରତ ହେଉଛି ‘ତାରିଫ କିଙ୍ଗ’ ଏବଂ ଆମେରିକା ଉତ୍ପାଦ ଉପରେ ଅଧିକ ଶୁଳ୍କ ଲଗାଉଥିବା ଦେଶ । ଏକ ଗଠବନ୍ଧନରେ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ‘ଭାରତ ଆମଠାରୁ ଶୁଳ୍କ ନେଉଛି….କ’ଣ ସେ ମହାନ ଦେଶ ? ମୋର ପ୍ରିୟବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମଠାରୁ ନେଉଥିବା କେତେକ ଜିନିଷ ଉପରେ ଶତ ପ୍ରତିଶତରୁ ଅଧିକ ଶୁଳ୍କ ଲଗାଉଛନ୍ତି । ଚୀନ ପରେ ଭାରତ ମଧ୍ୟ ଏଭଳି ଏକ ଦେଶ, ଯିଏ ଉଚ୍ଚ ଶୁଳ୍କ ଲଗାଏ । ଆଉ ଏବେ ବି ଭାରତ ଷ୍ଟୁପିଡ୍ ଟ୍ରେଡ ଓ ଅନୁଚିତ ପ୍ରଥାକୁ ଜାରି ରଖିଛି ।

Show More

Related Articles

Leave a Reply

Your email address will not be published. Required fields are marked *