ELECTION 2019NATIONALODISHAPOLITICSTOP STORIES

ଇଣ୍ଡିଆ ଟିଭି-ସିଏନ ଏକ୍ସ ପ୍ରି ପୋଲ ସର୍ଭେ ରିପୋର୍ଟ: ଶାସକ ଏନ.ଡିଏ ପାଇବ ୨୭୫ଟି ଆସନ, ଓଡିଶାରେ ପୁଣି ଶାସନ କରିବ ବିଜେଡି

୭/୪: (ଓଡିଶାଭାସ୍କର): ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଭି ଓ ସିଏନ ଏକ୍ସ ଦ୍ୱ୍ାରା କରାଯାଇଥିବା ଓପିନିଅନ ପୋଲରେ ଦେଶରେ ପୁଣି ଏନ.ଡି.ଏ ଶାସନ କରିବ କରିବ ବୋଲି ଅନୁମାନ କରାଯାଇଛି । ସଂସ୍ଥା ଦ୍ୱାରା ପ୍ରଦର୍ତ୍ତ ପ୍ରି ପୋଲ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନ.ଡି.ଏ ୨୦୧୯ ସାଧାରଣ ନିର୍ବାଚନରେ ୨୭୫ଟି ଲୋକସଭା ଆସନରେ ବିଜୟ ଲାଭ କରିବାକୁ ଥିବା ବେଳେ ଦେଶରେ ପୁଣି କ୍ଷମତାକୁ ଫେରିବ । ସେହିପରି ଅନ୍ୟତମ ପ୍ରମୁଖ ମେଣ୍ଟ ଭାବେ ୟୁପିଏ ୧୪୪ଟି ଲୋକସଭା ଆସନରେ ବିଜୟ ଲାଭ କରିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ମାନଙ୍କୁ ମୋଟ ଉପରେ ୧୨୧ଟି ଲୋକସଭା ଆସନ ମିଳିବ ।

ସେହିପରି ଏହି ପ୍ରି ପୋଲ ସର୍ଭେ ରିପୋର୍ଟରେ ଅନୁମାନ କରାଯାଇଛି ଯେ ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ କେବଳ ବିଜେପି ୨୩୦ଟିରେ ବିଜୟ ଲାଭ କରିବାକୁ ଥିବା ବେଳେ କଂଗ୍ରେସ ୯୭ଟି ଆସନରେ ବିଜୟୀ ହେବ । ସେହିପରି ତୃଣମୂଳ କଂଗ୍ରେସ୨୮, ବିଜୁ ଜନତା ଦଳ ବା ବିଜେଡି ୧୪, ଏସପି ୧୫, ବିଏସପି ୧୪, ଆରଜେଡି ୮, ଜେଡିୟୁ ୯ ଶିବସେନାକୁ ୧୩ ଓ ଅନ୍ୟଦଳ ୧୫ଟି ଲୋକସଭା ଆସନରେ ବିଜୟ ଲାଭ କରିବେ ।

ଏହି ସର୍ଭେରେ ଆଉ ମଧ୍ୟ କୁହାଯାଇଛି ଯେ ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଉତ୍ତର ପ୍ରଦେଶରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ୪୫ଟି ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିବ ।

ସେହିପରି ସଂସ୍ଥା ଦ୍ୱାରା କରାଯାଇଥିବା ଏହି ସର୍ଭେ ରିପେର୍ଟରେ ଦର୍ଶାଯାଇଛିଯେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ଶାସନାଧୀନ ବିଜୁ ଜନତା ଦଳ ପୁଣି ଥରେ ଶାସନ ଗାଦିକୁ ଫେରିବ । ଓଡିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ମୋଟ ଉପରେ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୦୦ଟି ଆସନ ମିଳିବାକୁ ଥିବା ବେଳେ, ବିଜେପିକୁ ୩୧ଟି ଆସନ ମିଳିବ । ସେହିପରି କଂଗ୍ରେସକୁ ୯ଟି ଓ ଅନ୍ୟାନ୍ୟ ୭ଟି ବିଧାନସଭା ଆସନରେ ବିଜୟ ଲାଭ କରିବେ ।

୨୦୧୯ ମାର୍ଚ୍ଚ ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶର ୫୪୩ଟି ଯାକ ସଂସଦୀୟ କ୍ଷେତ୍ରରେ ଏହି ସର୍ଭେ କରାଯାଇଥିବା ବେଳେ । ଏଥିରେ ମୋଟ ଉପରେ ୬୫,୧୬୦ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles