FeaturedFITNESSFOODFOODHEALTHHEALTH & LIFE STYLENEW SPECIAL STORIESTOP STORIES

ଏହା ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ପରିବା, ଯାହା ଶରୀରରେ ରାମବାଣ ପରି କାମ ଦିଏ

ନିଜର ଲାଇଭ ଷ୍ଟାଇଲ ଓ ବାହାର ଜଙ୍କ୍ ଫୁଡର ଚାହିଦା ଦିନକୁ ଦିନ ବଢି ଚାଲିଥିବାରୁ ଲୋକମାନେ ପୁଷ୍ଟିକର ଖାଦ୍ୟ ଖାଇବା କମେଇ ସାରିଲେଣି । ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ଏହାର ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ସହ ପୃଷ୍ଟପୃଷ୍ଟ ରହିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ, ଯାହାକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ପରିବା ଭାବେ ଗଣାଯାଏ । କାଙ୍କଡକୁ ଖାଇବା ଦ୍ୱାରା ଶରୀର ଫିଟ୍ ରହିବା ସହିତ ହେଲଦି ରହିଥାଏ । କେତେକ ଜାଗାରେ କାଙ୍କଡକୁ କଣ୍ଟୋଲା ବା ମିଠା କଲରା କହନ୍ତି । ତେବେ ଆସନ୍ତୁ ଜାଣିବା ଏହି କାଙ୍କଡର ମହତ୍ତ୍ୱ..

-ଆୟୁବୈଦରେ ବି କାଙ୍କଡକୁ ସବୁଠାରୁ ଶକ୍ତିଶାଳୀ ପରିବା କୁହାଯାଏ । ଏହା ସ୍ୱାଦିଷ୍ଟ ହେବା ସହିତ ଏଥିରେ ପ୍ରୋଟିନ ଭରପୂର ହୋଇ ରହିଥାଏ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ଶକ୍ତି ମିଳିଥାଏ ।
-କାଙ୍କଟରେ ଥିବା ଫାଇଟ୍ରୋକେମିକଲ୍ସ ଆପଣଙ୍କୁ ହେଲଦି ରଖିଥାଏ । ଏହା ସହିତ ଆଣ୍ଟିଆକ୍ସିଡେଣ୍ଟରେ ଭରପୂର କାଙ୍କଡ ରକ୍ତକୁ ସଫା ରଖିବାରେ ସାହାର୍ଯ୍ୟ କରେ, ଯାହାଫଳରେ ତ୍ୱଚା ସମ୍ବନ୍ଧୀୟ କୌଣସି ରୋଗ ହୋଇନଥାଏ ।

-ମୌସୁମୀର ଆରମ୍ଭରୁ ବଜାରରେ ମିଳୁଥିବା ଏହି କାଙ୍କଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାଙ୍କଡର ଚାହିଦା ବଢିବାରୁ ଏହାକୁ ସାରାଦେଶରେ ଚାଷ କରାଗଲାଣି । ମୁଖ୍ୟତଃ ଏହା ପାହାଡିଆ ଅଞ୍ଚଳରେ ଚାଷ କରାଯାଏ ।

କାଙ୍କଡ଼ର ଫାଇଦା

୧.ଓଜନ କମାଇବା
କାଙ୍କଡରେ ପ୍ରୋଟିନ୍ ଓ ଆଇରନ୍ ଭରପୂର ମାତ୍ରାରେ ରହିଥିବା ବେଳେ କ୍ୟାଲୋରୀ କମ୍ ମାତ୍ରାରେ ଥାଏ । ଯଦି ଆପଣ ୧୦୦ ଗ୍ରାମ କ୍ୟାଲୋରୀ ସେବନ କରନ୍ତି ତେବେ ଆପଣ ୧୭ କ୍ୟାଲୋରୀ ପ୍ରାପ୍ତ କରିପାରିବେ । ଯାହାକି ଆପଣଙ୍କୁ ଓଡଜ କମେଇବାରେ ବିଶେଷ ସାହାର୍ଯ୍ୟ କରିବ ।
୨.ହଜମ କରିବାର ଶକ୍ତି ଅଧିକ
ଯଦି କାଙ୍କଡକୁ ଖାଇବାକୁ ପସନ୍ଦ କରୁନାହାନ୍ତି ତେବେ ଆପଣ ଏହାର ଆଚାର କରି ଖାଇପାରିବେ । ଆୟୁବୈଦରେ କେତେକ ରୋଗକୁ ଭଲ କରିବା ପାଇଁ ଏହା ଔଷଧ ରୂପେ କାମ କରିଥାଏ । ଖାଦ୍ୟକୁ ହଜମ କରିବାରେ ଏହା ମହତ୍ୱ ଭୂମିକା ଗ୍ରହଣ କରିଥାଏ ।

୩. କାଙ୍କଡ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ ଥିବା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏହା ସହିତ କାଙ୍କଡରେ ଭରିରହିଛି ଏଣ୍ଟି-ଆଲର୍ଜିକ, ଯାହା ଆପଣଙ୍କୁ ଥଣ୍ଡା, କାଶର ଦୂରେଇ ରଖିବା ପାଇଁ ସହାୟକ ହୋଇଥାଏ ।
୪.କାଙ୍କଡରେ ଥିବା ଲ୍ୟୁଟେନ ପରି କେରୋଟୋନୋଇଡସ୍ ଆପଣଙ୍କୁ ବିଭିନ୍ନ ଆଖି ରୋଗ, ହୃଦୟ ରୋଗ ଓ କ୍ୟାନସ ଭଳି ରୋଗଠାରୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ ।

Show More

Leave a Reply

Your email address will not be published. Required fields are marked *

Related Articles