ELECTION 2019ODISHAPOLITICSTOP STORIES

ଟିକଟ ଫେରାଇଲେ ସୀତାକାନ୍ତ

ଭୁବନେଶ୍ୱର,୮/୪(ଓଡିଶାଭାସ୍କର) ଆଜି ପୁଣି ଟିକଟ ଫେରାଇଛନ୍ତି ଆଉ ଜଣେ କଂଗ୍ରେସ ନେତା । ଯାଜପୁର ଜିଲ୍ଲାର ବଡଚଣା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ର ଆଜି ଟିକେଟ ଫେରାଇ ଦେଇଛନ୍ତି । ଆଉ କହିଛନ୍ତି, ଏତେ କମ ସମୟ ମଧ୍ୟରେ ସେ ନିର୍ବାଚନ ଲଢିପାରିବେ ନାହିଁ । ବିଳମ୍ବରେ ସେ ଟିକେଟ ପାଇଥିବାରୁ କଂଗ୍ରେସର ଅକ୍ଷମତାକୁ ପ୍ରକାଶ କରିଛନ୍ତି ସୀତାକାନ୍ତ । ସୂଚନାଯୋଗ୍ୟ, ସୀତାକାନ୍ତଙ୍କ ଭଳି ପୂର୍ବରୁ ପିପିଲିର ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ କଂଗ୍ରେସ ଟିକେଟ ଫେରାଇଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles