BUSINESSTECHTECH NEWSTOP STORIES

ବହୁତ ଜଲଦି ହ୍ୱାଟସ ଆପରେ ଆସିବ ଏହି ୫ଟି ନୂଆ ଫିଚର । ଜାଣନ୍ତୁ କଣ ଏହି ଫିଚର

ନୂଆଦିଲ୍ଲୀ,୮/୪ ସୋସିଆଲ ମିଡିଆରେ ସବୁଠୁ ବେଶି ପ୍ରଚଳିତ ପ୍ଲାଟଫର୍ମ କିମ୍ବା ଆପ୍ଲିକେସନ ହେଉଛି ହ୍ୱାଟସ ଆପ୍ । ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ହ୍ୱାଟସ ଆପ୍ ବିନା ଯେମିତି ଦିନ ଆରମ୍ଭ ହୁଏନାହିଁ । ଦିନର ଆରମ୍ଭ ହ୍ୱାଟସ ଆପରୁ ହିଁ ହୋଇଥାଏ । ଆଉ ଏବେ ହ୍ୱାଟସ ଆପ ହିଁ ହେଉଛି ଏକମାତ୍ର ମେସେଜିଂ ଆପ ଯାହାକୁ ବହୁଳ ମାତ୍ରାରେ ଲୋକମାନେ ବ୍ୟବହାର କରୁଛନ୍ତି । ଆଉ ଏଥିପାଇଁ କମ୍ପାନୀ ନୂଆ ନୂଆ ଅଫର ସହ ନୂଆ ଫିଚର ମଧ୍ୟ ଆଣୁଛି । ମିଳିଥିବା ସୂଚନା ଅନୁସାରେ, ବହୁତ ଜଲଦି ହ୍ୱାଟସ ଆପରେ ଆସିବାକୁ ଯାଉଛି ୫ଟି ନୂଆ ଫିଚର । ଯଦିଓ ବର୍ତ୍ତମାନ ଏହାର ବିଟା ଭର୍ସନ ଆସିଛି, ହେଲେ ବହୁତ ଜଲଦି ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ ଆସିିବ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କଣ କଣ ରହିଛି ଏହାର ଫିଚର ?
• ଫରୱାର୍ଡେଡ ମେସେଜ
ବହୁତ ଜଲଦି ହ୍ୱାଟସ ଆପ ପ୍ଲାଟଫର୍ମରେ ଦୁଇଟି ନୂଆ ଫିଚର ‘ଫରୱାର୍ଡିଂ ଇନ ଫୋ’ ଓ ‘ଫ୍ରିକ୍ୱେ୍ୱଣ୍ଟଲି ଫରୱାର୍ଡେଡ’ ଆସିବାକୁ ଯାଉଛି । ‘ଫରୱାର୍ଡିଂ ଇନ ଫୋ’ ମାଧ୍ୟମରେ ଗ୍ରାହକ ଜାଣିପାରିବେ ଯେ, କେଉଁ ମେସେଜ କେତେଥର ଫରୱାର୍ଡ ହୋଇଛି । ଯେତେବେଳେ ଆପଣ କୌଣସି ମେସେଜକୁ କାହାକୁ ଫରୱାର୍ଡ କରିବେ, ସେତେବେଳେ ଆପଣ ଜାଣିପାରିବେ ଏହା କାହାକୁ କେତେଥର ଫରୱାର୍ଡ କରାଯାଇଛି । ଅନ୍ୟପଟେ ଯେଉଁ ମେସେଜକୁ ୪ ଥରରୁ ଅଧିକ ଥର ଫରୱାର୍ଡ କରାଯାଇଥିବ, ତାହା ସହ ‘ଫ୍ରିକ୍ୱେ୍ୱଣ୍ଟଲି ଫରୱାର୍ଡେଡ’ ସୋ କରିବ ।
• ଫିଙ୍ଗରପ୍ରିଣ୍ଟ ଲକ ଫର ଚାଟ୍ସ
ଏଠାରେ ଉଲ୍ଲେଖଯୋଗ୍ୟ, ଆଇଓଏସ ଗ୍ରାହକଙ୍କ ପାଇଁ ଏହି ଫିଚର ଦିଆଯାଇଛି । ମାତ୍ର ଆଣ୍ଡ୍ରଏଡ ଗ୍ରାହକଙ୍କ ପାଇଁ ଏହା ଏବେ ବି ବିଟା ଭର୍ସନରେ ହିଁ ରହିଛି । ଏହାଦ୍ୱାରା ଆପଣଙ୍କ ଚେହେରା କିମ୍ବା ଫିଙ୍ଗରପ୍ରିଣ୍ଟ ଦ୍ୱାରା ହିଁ ହ୍ୱାଟସ ଆପ ଲକ ଖୋଲିପାରିବ ।
• ଡାର୍କ ମୋଡ୍ ଫିଚର
ଏହି ଫିଚରକୁ ଅନ କରିବା ମାତ୍ରେ ହ୍ୱାଟସ ଆପର ବ୍ୟାକଗ୍ରାଉଣ୍ଡ କଲର କଳା ହୋଇଯିବ । ଏହାଦ୍ୱାରା ବ୍ୟବହାରକାରୀ ବିନା କୌଣସି ଅସୁବିଧାରେ ଚାଟ୍ କରିପାରିବେ ଏବଂ ସେମାନଙ୍କ ଆଖି ଉପରେ ମଧ୍ୟ କୌଣସି ପ୍ରକାର ଖରାପ ପ୍ରଭାବ ପଡିବନାହିଁ । ବର୍ତ୍ତମାନ ଏହାର ପରୀକ୍ଷଣ ଜାରି ରହିଛି ଓ ବହୁତ ଜଲଦି ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ ।
• ର‌୍ୟାକିଙ୍ଗ କଣ୍ଟାକ୍ଟ
ଖବର ଅନୁସାରେ, ହ୍ୱାଟସ ଆପ୍ ଏବେ ଏହା ଉପରେ କାମ କରୁଛି । ଏହାଦ୍ୱାରା ଆପଣ ଯାହା ସହ ବେଶିମାତ୍ରାରେ ଚାଟ୍ କରୁଛନ୍ତି, ସେହି ସବୁ କଣ୍ଟାକ୍ଟ ଅଟୋମେଟିକାଲି ର‌୍ୟାଙ୍କ ଅର୍ଡରରେ ରହିବ ।
• କନ୍ଜିକ୍ୱୁଟିଭ ଭଏସ ମେସେଜ
ଅଡିଓ ମେସେଜକୁ ନେଇ ହ୍ୱାଟସ ଆପ୍ ଏକ ନୂଆ ଫିଚର କଣ୍ଟିନିଓସ ଭଏସ ନୋଟ ପ୍ଲେବ୍ୟାକ ଆଣିବାକୁ ଯାଉଛି । ଏହାଦ୍ୱାରା ଯଦି ଆପଣଙ୍କୁ ହ୍ୱାଟସ ଆପରେ ଏକାସାଙ୍ଗରେ ତିନୋଟି ଭଏସ ମେସେଜବ ଆସେ, ତେବେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଶୁଣିବାକୁ ପଡିବନି । ଏହା ଆପେ ଆପେ ପ୍ଲେ ହୋଇଯିବ ।

Show More

Related Articles

Leave a Reply

Your email address will not be published. Required fields are marked *