fbpx

ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ଼ : ହାଇକୋର୍ଟ

କଟକ, ୧୪ା୫(ଓଡ଼ିଶା ଭାସ୍କର): ପ୍ରବାସୀମାନେ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । କିନ୍ତୁ ଏଥି ପାଇଁ ହେଉଥିବା ପଞ୍ଜୀକରଣ ରେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ଼ ବ୍ୟତୀତ ଅନ୍ୟ କାଗଜପତ୍ର ଦେଇପାରିବେ ପ୍ରବାସୀ ଓଡ଼ିଆ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହିପରି ରାୟ ଦେଇଛନ୍ତି ହାଇକୋର୍ଟ ।
କରୋନା ଭାଇରସ୍ ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ଏନେଇ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାସହ ସେମାନଙ୍କ ଆସିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଓ ବସର ବ୍ୟବସ୍ଥା ହୋଇଛି । କିନ୍ତୁ ରାଜ୍ୟକୁ ଆସିବାକୁ ହେଲେ ସେମାନଙ୍କୁ ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ପଞୀକରଣ କରିବା ପାଇଁ ଆଧାରକାର୍ଡ଼ ଆବଶ୍ୟକ ବୋଲି ଆଗରୁ ସୂଚନା ଥିଲା । କିନ୍ତୁ ଏବେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.