fbpx

ଅତି ଭୟଙ୍କର ରୂପ ନେଇପାରେ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୧୫।୫(ଓଡ଼ିଶା ଭାସ୍କର): ଆଜି ଅବପାତରେ ପରିଣତ ହେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟାରେ  ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ରାଜ୍ୟରେ ୧୯ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟ ସରକାର ବାତ୍ୟା ମୁକାବିଲା ବୈଠକ କରିବେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ସେପଟେ ଆଶ୍ରୟ ଗୃହ ରେ ପ୍ରବାସୀଙ୍କୁ ରଖାଯାଇଛି l ଏହି ସମୟରେ ବାତ୍ୟା ହେଲେ ଲୋକଙ୍କୁ କୋଉଠି ରଖାଯିବ ସେନେଇ ଚିନ୍ତାରେ ସରକାର l

Get real time updates directly on you device, subscribe now.