fbpx

୧୫ ଦିନ ପର୍ଯ୍ୟନ୍ତ ସଂକ୍ରମିତ ବାପା-ମାଙ୍କ ସହ ରହିଲା ଶିଶୁ, ହେଲେ ରିପୋର୍ଟ ନେଗେଟିଭ୍

କରୋନା ସଙ୍କଟ ମଧ୍ୟରେ ଏକ ଅଜବ ମାମଲା ସାମନାକୁ ଆସିଛି । ଗୋଟିଏ ଶିଶୁ ଦୀର୍ଘ ୧୫ ଦିନ ଧରି କରୋନା ସଂକ୍ରମିତ ବାପା-ମାଙ୍କ ସହ ରହୁଥିଲା, ହେଲେ ବି ଶିଶୁଟିର ରିପୋର୍ଟ ଆସୁଛି । ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ସିଭିଲ ମେଡିକାଲରେ ଏଭଳି ମାମଲା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ । ଶିଶୁଟି ଗତ ୧୫ ଦିନ ଧରି ନିଜ ସଂକ୍ରମିତ ବାପା-ମା ଓ ଅନ୍ୟ ପଜିଟିଭ୍ ଲୋକଙ୍କୁ ସହ ଆଇସୋଲେସନ ୱାର୍ଡରେ ରହିଆସୁଛି ।

ତେବେ ଖବର ମୁତାବକ, ଶିଶୁଟି ନିଜ ପରିବାର ସହ ଶ୍ରୀ ହଜୂର ସାହିବରୁ ଫେରିବା ପରେ ବାପା-ମା ଓ ପରିବାରର ଅନ୍ୟ ୪ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ଶିଶୁଟିକୁ ଅଲଗା ରଖିବାକୁ ସମ୍ପର୍କୀୟଙ୍କୁ କୁହାଯାଇଥିଲା । କିନ୍ତୁ ଏଥିରେ ସମ୍ପର୍କୀୟ ରାଜି ହୋଇନଥିବା ବେଳେ ଶିଶୁଟି ମଧ୍ୟ ଅମଙ୍ଗ ହୋଇଥିଲା । ଶେଷରେ ଶିଶୁଟିକୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ଶିଶୁଟି ନିଜ ମା ସହିତ ଖାଇବା ସହ ତାଙ୍କ ପାଖରେ ଶୋଉଥିଲା, କିନ୍ତୁ ଦୁଇ ଦୁଇ ଥର ପରୀକ୍ଷା ପରେ ବି ଶିଶୁଟିର ରିପୋର୍ଟ ନେଗେଟିଭ୍ ଆସୁଛି । ଏବେ ଶିଶୁଟିର ଇମ୍ୟୁନିଟି ସିଷ୍ଟମ ଯାଞ୍ଚ ହେବ, ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କିଛି ସୂଚନା ମିଳିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.