fbpx

ଚାଲୁ ଚାଲୁ ଟଳିପଡିଲେ ପ୍ରବାସୀ ଓଡିଆ

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ଲକ୍-ଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । କିଏ ସାଇକେଲରେ ତ ଆଉ କିଏ ଚାଲି ଚାଲି ଘରକୁ ଫେରୁଛି । ସେହିପରି ଜଳେଶ୍ୱର ତନଖି ନିକଟରେ ଝୁଣ୍ଟିପଡି ଜଣେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ ହୋଇଛି । ଚାଲି ଚାଲି ଯାଉଥିବା ବେଳେ ଝୁଣ୍ଟି ପଡି ଥିଲେ । ମେଡିକାଲରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ମୃତକଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅନ୍ତର୍ଗତ ଟିକରପଡାରେ ହୋଇଥିବା ବେଳେ ସେ କୋଲକାତାରେ କାମ କରୁଥିଲେ । ଲକ୍-ଡାଉନ୍ ଲାଗୁ ହେବାରୁ ସେ ଚାଲି ଚାଲି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଘରକୁ ଫେରୁବା କଥା ସେ ତାଙ୍କ ପରିବାରକୁ ମଧ୍ୟ ଜଣାଇଥିଲେ । କିନ୍ତୁ ଭାଗ୍ୟର ଏକି ବିଡମ୍ବନ, ପରିବାର ଲୋକଙ୍କୁ ଦେଖିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଲା ।

Get real time updates directly on you device, subscribe now.