ELECTION 2019ODISHAPOLITICSTOP STORIESUncategorized

ମୋର ଶେଷ ନିଶ୍ୱାସ ଥିବା ଯାଏଁ ଆପଣଙ୍କ ସେବା କରିବି: ନବୀନ

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ସବୁ ଦଳରେ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଜୋର ସୋର ଲାଗି ରହିଛି । ଏହାରି ମଧ୍ୟରେ ଆଜି ଆସ୍କାରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ସାଢ଼େ ଚାରିକୋଟି ଓଡ଼ିଶାବାସି ମୋ ପରିବାର । ମୋତେ ଆର୍ଶୀବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।କାଳିଆ ଯୋଜନାକୁ ଚକ୍ରାନ୍ତ କରି ବିଜେପି ଅଟକଉଛି । କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନା ୨ଟି କିସ୍ତିର ଟଙ୍କା ମିଳିବ । ଏବଂ ଶେଷକୁ କହିଛନ୍ତି ଯେ ମୋର ଶେଷ ନିଶ୍ୱାସ ଥିବା ଯାଏଁ ଆପଣଙ୍କ ସେବା କରିବି ବୋଲି କହିଛନ୍ତି ନବୀନ ।

Show More

Related Articles

Leave a Reply

Your email address will not be published. Required fields are marked *