fbpx

ଅମ୍ଫନ ପାଇଁ ଅଟକିଲା ଆଇଏଏସ ବଦଳି

ଭୁବନଶ୍ୱର,୧୭ ।୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ବାତ୍ୟା ‘ଅମ୍ଫନ’ ଯୋଗୁଁ ରାଜ୍ୟର ୨ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ବଦଳି ସ୍ଥଗିତ ହୋଇଛି । ନିକୁଞ୍ଜ ବିହାରୀ ଧଳ ଓ ବିଷ୍ଣୁପଦ ସେଠୀଙ୍କ ବଦଳି ବାତିଲ ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ବଦଳିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ତେବେ ନିକୁଞ୍ଜଙ୍କର ସ୍ୱାସ୍ଥ୍ୟରୁ ଶକ୍ତି ବିଭାଗକୁ ସଚିବ ଭାବେ ବଦଳି ହୋଇଥିଲା । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଭାବେ ବିଷ୍ଣୁପଦ ବଦଳି ହୋଇଥିଲେ ।

Get real time updates directly on you device, subscribe now.