fbpx

ଲକଡାଉନ୍-୪ ପାଇଁ ଆସିଲା ସରକାରଙ୍କ ଗାଇଡଲାଇନ୍

ନୂଆଦିଲ୍ଲୀ,୧୭ ।୫: ସାରା ଦେଶରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍-ଡାଉନ୍ ଅବଧି । ଲକଡାଉନ୍-୪କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ନୂଆ ଗାଇଡ୍ ଲାଇନ୍ ଅନୁସାରେ, ଦେଶରେ ମେଟ୍ରେସେବା, ସ୍କୁଲ, କଲେଜ ବନ୍ଦ ରହିବ । ଏହା ସହ ହୋଟେଲ, ରେଷ୍ଟୁରାଣ୍ଟ, ସିନେମାହଲ, ମଲ, ଜିମ, ସୁଇମିଂ ପୁଲ ଆଦି ବନ୍ଦ ରହିବ । ପାର୍କ, ଥିଏଟର ଓ ବାର୍ ଗୁଡିକୁ ବନ୍ଦ ରହିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ । ସାରା ଦେଶରେ ସବୁ ପ୍ରକାରର ଯାତ୍ରୀ ପରିବହନ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନ୍‌କୁ ଛାଡ଼ି ଅନ୍ୟ ସବୁଠି ଯାନବାହନ ଚାଲିପାରିବ ।

ଅନ୍ୟପଟେ ରାଜ୍ୟ ରାଜ୍ୟ ଭିତରେ ବୁଝାମଣା ଅନୁସାରେ ବସ୍ ଚଳାଚଳ କରିପାରିବେ । ହର୍ଟସ୍ପଟ ଅଞ୍ଚଳରେ କଡା କଟକଣା ରହିବ । କେଷ୍ଟୁରାଣ୍ଟରୁ ହୋମ୍ ଡେଲିଭରୀ ପାଇଁ ଅନୁମତି ରହିଛି । ରେଡ, ଗ୍ରୀନ୍ ଓ ଅରେଞ୍ଜ ଜୋନର ନିଷ୍ପତ୍ତି ରାଜ୍ୟ କରିବ । ଧାର୍ମିକ ସଂସ୍ଥାକୁ ଖୋଲିବାକୁ ଅନୁମତି ନାହିଁ । ସନ୍ଧ୍ୟା ୭ଟାରୁ ସକାଳ ୭ଯାଏଁ ଘରୁ ନବାହାରିବା ନିୟମ ଜାରି ରହିବ । ସବୁ ଧାର୍ମିକ, ରାଜନିତିକ, ସାମାଜିକ ଆୟୋଜନକୁ ଅନୁମତି ନାହିଁ ।

-୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ।
-ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁ ଘରେ ରହିବା ଜରୁରୀ।
-ଆବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ।
-ଅନ୍ତିମ ସଂସ୍କାରରେ ୨୦ ରୁ ଅଧିକ ଲୋକ ଯାଇପାରିବେ।
-ବାହାଘରରେ ୫୦ ଜଣ ଯୋଗ ଦେଇପାରିବେ।

Get real time updates directly on you device, subscribe now.