BREAKING NEWSCITY NEWSNEWSOLLYWOODTOP STORIES

ଆରପାରିରେ ବିଶିଷ୍ଟ ସଂଗୀତଜ୍ଞ ରାଖାଲ ମହାନ୍ତି

ଭୁବନେଶ୍ୱର,୧୪/୪,(ଓଡିଶାଭାସ୍କର): ଆଉନାହାନ୍ତି ବିଶିଷ୍ଟ ସଂଗୀତଜ୍ଞ ରାଖାଲ ଚନ୍ଦ୍ର ମହାନ୍ତି । ୮୮ ବର୍ଷ ବୟସରେ ସେ କଟକ ବାଦାମବାଡିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ରାଖାଲ । ଅନେକ ଚଳଚ୍ଚିତ୍ରରେ ମଧ୍ୟ ରାଖାଲ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ‘ଘର ସଂସାର’, ‘ଅମରପ୍ରେମ’, ‘ତ୍ରିନାଥ ମେଳା’, ‘ଅକ୍ଷିତୃତୀୟା’, ‘ମାଣିକ ଯୋଡି’, ‘ଶ୍ରୀ କୃଷ୍ଣ ରାସଲୀଳା’ ଭଳି ଅନେକ ସିନେମାରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles