ENTERTAINMENTNATIONALTOP STORIES

ଅନ୍ତିମ ଯାତ୍ରାରେ ଶ୍ରୀଦେବୀ, ବିପଦ ବେଳାରେ ସାଥ୍ ଦେଲେ ଅର୍ଜ୍ଜୁନ କପୁର

ଶ୍ରୀଦେବୀ ଓ ତାଙ୍କ ଝିଅଠାରୁ ଦୂରେଇ ରହୁଥିବା ଅର୍ଜ୍ଜୁନ କୁପର ଆଜି ତାଙ୍କ ଅନ୍ତିମ ସଂସ୍କାର ଅବସରରେ ନିଜ ପରିବାରର ସାହାରା ହୋଇ ଠିଆ ହୋଇଛନ୍ତି । ସେଲିବ୍ରେସନ କ୍ଲବ ମଧ୍ୟରେ ନାଲି ରଙ୍ଗର ବନାରସି ଶାଢୀ ପିନ୍ଧି ମଥାରେ ସିନ୍ଦୁର ଲଗାଇ ଶ୍ରୀଦେବୀଙ୍କୁ ବଧୂଙ୍କ ପରି ସଜ୍ଜାଯାଇଛି । ତାଙ୍କ ପାର୍ଥୀବ ଶରୀର ନିକଟରେ ବୋନି ଓ ତାଙ୍କ ପାଖରେ ଅର୍ଜ୍ଜୁନ, ଜାହ୍ନବୀ ଓ ଖୁସି ବସିଛନ୍ତି ।

ଅର୍ଜ୍ଜୁନ ଦୁଇ ଭଉଣୀଙ୍କ ହାତକୁ ଜାବୁଡି ଧରିଛନ୍ତି । ଯେଉଁ ସେଲିବ୍ରେଟି ଜାହ୍ନବୀ ଓ ଖୁସିଙ୍କ ନିକଟକୁ ଆସୁଛନ୍ତି ଅର୍ଜ୍ଜୁନ ସେମାନଙ୍କୁ ଦୂରେଇ ଦେଉଛନ୍ତି । କାରଣ ସେମାନଙ୍କ କାନ୍ଦ ଦେଖି ଯେପରି ଜାହ୍ନବୀ ଓ ଖୁସି ନ କାନ୍ଦନ୍ତୁ ଓ ଭାଙ୍ଗି ନପଡନ୍ତୁ ।

ତେବେ କେବଳ ଅର୍ଜ୍ଜୁନ ନୁହେଁ ରେଖା ମଧ୍ୟ ଦୁଇ ଝିଅଙ୍କ ପାଖରେ ରହିଛନ୍ତି । ଶ୍ରୀଦେବୀଙ୍କ ଦର୍ଶନ କରାଇବାର ଦାୟିତ୍ୱ ନେଇଥିଲେ ରାନୀ ମୁଖାର୍ଜି । ସେ ଲୋକମାନଙ୍କୁ ଶ୍ରୀଦେବୀଙ୍କ ଶେଷ ଦର୍ଶନ କରାଉଛନ୍ତି ।

ପ୍ରକାଶ ଥାଉକି, ଧଳା ରଙ୍ଗର ଫୁଲରେ ସଜ୍ଜା ଯାଇଥିବା ଟ୍ରକରେ ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଯାଇଛି । ଲକ୍ଷ ଲକ୍ଷ ପ୍ରଶଂସକ ଗହଣରେ ତାଙ୍କୁ ପବନ ହଂସ ଶ୍ମଶାନ ଗୃହକୁ ନିଆଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close