fbpx

ନଣନ୍ଦକୁ ମାରି ଭାଉଜ ଗିରଫ

ବାଲୁଗାଁ, ୧୫ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବାଲୁଗାଁ ଗଙ୍ଗନଗରରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସେଠାରେ ଏକ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିିଥିଲା । ନଣନ୍ଦଙ୍କୁ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଭାଉଜ କାବେରୀ ବେହେରା ଗିରଫ ହୋଇଛନ୍ତି । ନିଜର ପରକୀୟା ପ୍ରୀତି ଲୁଚାଇବା ପାଇଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ପ୍ରେମ ଜନିତ ହତ୍ୟାର ରଙ୍ଗ ଦେଉଥିଲେ ଭାଉଜ ।

ଉଲ୍ଲେଖଯୋଗ୍ୟ ଯେ ଆଜି ଏକ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ଏହି ଘଟଣା ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ତଦନ୍ତ ଜାରି କରିଥିଲେ । ପରେ ଏହି ପ୍ରସଙ୍ଗରେ ତାଙ୍କ ଭାଉଜଙ୍କ ସମେତ ୩ଜଣଙ୍କୁ ଅଟକ ରଖାଯାଇଥିଲା ।

Get real time updates directly on you device, subscribe now.