fbpx

ଓଡ଼ିଶା ଉପକୂଳଠୁ ଦୂରେଇ ବାଙ୍ଗଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ଓଡ଼ିଶା ଉପକୂଳଠାରୁ ଦୂରେଇ ବାଙ୍ଗଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ । ଆଜି ଅପରାହ୍ନ ୪ଟାରୁ ଅମ୍ଫନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୧ରୁ ୨ଘଣ୍ଟା ଯାଏଁ ଚାଲିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୧୬୫ରୁ ୧୮୫ କିମି ବହିବ । ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକରେ ସନ୍ଧ୍ୟା ଯାଏଁ ଜୋରରେ ପବନ ବହିବ । ପାରାଦୀପରେ ସର୍ବାଧିକ ୨୧୪.୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି କାକଟପୁରରେ ୧୬୧.୦୧ ମିମି ବର୍ଷା ରେକର୍ଡ଼ କରାଯାଇଛି ।

Get real time updates directly on you device, subscribe now.