fbpx

ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୩୦୩ ବୃଦ୍ଧି

ନୂଆଦିଲ୍ଲୀ,୨୧/୫: ଦେଶରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୩୦୩ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬ହଜାର ୭୫୦କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତ ୬୧,୧୪୯ ଥିବା ବେଳେ  ସୁସ୍ଥ ହେଲେଣି ୪୨,୨୯୭ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧ହଜାର ୩୨୫ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟ ୭୧୯, ମଧ୍ୟପ୍ରଦେଶ ୨୫୮ ଓ ପଶ୍ଚିମବଙ୍ଗରେ ୨୫୦  ଜଣଙ୍କର ମୃତ୍ୟୁ ହୋଇଛି।

Get real time updates directly on you device, subscribe now.