NATIONALNEWSSPORTSTOP STORIES

ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ,୧୫/୪ : ୧୨ତମ ଆଇସିସି ବିଶ୍ୱକପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଆଜି ମୁମ୍ବାଇରେ ଚୟନକର୍ତ୍ତା କ୍ରିକେଟର ଏହି ମହାସମର ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି । ବିରାଟ କୋହଲୀ ଅଧିନାୟକ ହୋଇଥିବା ବେଳେ ରୋହିତ ଶର୍ମାଙ୍କୁ ଉପ -ଅଧିନାୟକ ରୂପେ ଘୋଷଣା କରାଯାଇଛି । ୨୦୧୯-ବିଶ୍ୱକପ ଇଂଲଣ୍ଡ ଓ ୱେଲ୍ସରେ ୩୦ ମେ ଓ ୧୪ ଜୁଲାଇ ଖେଳାଯିବ । ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶିଖର ଧାୱନ, ବିରାଟ କୋହଲୀ(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), କେ.ଏଲ ରାହୁଲ, ବିଜୟ ଶଙ୍କର, ଏମଏସଡି(କିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜଶପ୍ରିତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ।

Show More

Related Articles

Leave a Reply

Your email address will not be published. Required fields are marked *