NEWSODISHATOP STORIES

ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ୯ ଜିଲ୍ଲା ସାବଧାନ

ଭୁବନେଶ୍ୱର, ୧୫/୪, (ଓଡିଶାଭାସ୍କର): ସଂଧ୍ୟା ୫ଟା ୩୦ ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ଏଥି ସହ ଏହି ସମୟରେ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ବଜ୍ରପାତ ସହ କାଳବୈଶାଖୀ ସତର୍କତା ଜାରି କରାଯାଇଥିବା ୯ଟି ଜିଲ୍ଲା ହେଉଛି-ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼, ବଲାଙ୍ଗିର, କେନ୍ଦୁଝର ଓ ମୟୂରଭଞ୍ଜରେ ଜିଲ୍ଲା । ଏହି ସମସ୍ତ ଜିଲ୍ଲାରେ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ସାଧାରଣ ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛି ପାଣିପାଗ ବିଭାଗ ।

Show More

Leave a Reply

Your email address will not be published. Required fields are marked *

Related Articles