fbpx

ବାହାଘରର ୨ ଦିନ ପରେ କନ୍ୟା କରୋନା ପଜିଟିଭ୍: ବର ସହିତ କ୍ୱାରେଣ୍ଟାଇନରେ ୩୨, ଜଣେ ମୃତ

ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢି ଚାଲିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୫ ଛୁଇଁଥିବା ବେଳେ ୨୬୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ ରାଜଧାନୀ ଭୋପାଳରୁ ଏପରି ଏକ ମାମଲା ସାମନାକୁ ଆସିଛି, ଯେଉଁ କାରଣରୁ ଏକାଥରକେ ୩୨ ଜଣଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ଏହା ସହ ଜଣଙ୍କର ମୃତ୍ୟୁ ଘଟିଛି । ଖବର ମୁତାବକ, ଜଣେ ଯୁବତୀଙ୍କର ଗତ ସୋମବାର ଦିନ ବିବାହ ସମ୍ପର୍ଣ୍ଣ ହୋଇଥିଲା । କନ୍ୟାର ପରିବାର ଲୋକଙ୍କ କହିବା ମୁତାବକ ଝିଅକୁ ୭ ଦିନ ହେବ ଥଣ୍ଡା ଲାଗିରହିଥିଲା । ଔଷଧ ଖାଇବା ପରେ ବି ଭଲ ହୋଇନଥିଲା । ଶନିବାର ଦିନ ମେଡିକାଲ ଯାଞ୍ଚ ପରେ କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା । କିନ୍ତୁ ଏହାରି ମଧ୍ୟରେ ଯୁବତୀର ବିବାହ ସରିଥିଲା । ଏନେଇ ବର ସମେତ କନ୍ୟା ସମ୍ପର୍କରେ ଆସିଥିବା ୩୨ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

Get real time updates directly on you device, subscribe now.