BREAKING NEWSELECTION 2019NATIONALNEWSPOLITICSTOP STORIES

କଂଗ୍ରେସ ମୁଖପାତ୍ର ପଦ ଛାଡିଲେ ସକିଲ ଅହମ୍ମଦ

ନୂଆଦିଲ୍ଲୀ, ୧୫/୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସମଗ୍ର ଦେଶରେ ରାଜନୈତିକ ପାଣିପାଗ ଏବେ ଖୁବ ଉଷ୍ମ । ଏହାରି ମଧ୍ୟରେ ଆଜି କଂଗ୍ରେସର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ସକିଲ ଅହମ୍ମଦ । ସକିଲଙ୍କୁ ବିହାରର ମଧୁବନ ଆସନ ଲାଗି କଂଗ୍ରେସ ଟିକେଟ ନମିଳିବା ଫଳରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଏଥି ସହ ସେ ନିଜର ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସକିଲ ସ୍ୱାଧୀନ ପ୍ରାର୍ଥୀ ଭାବେ ଆସନ୍ତାକାଲି ମଧୁବନ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *