BREAKING NEWSELECTION 2019NATIONALNEWSPOLITICSTOP STORIES

ଆଜମ ଖାନ୍ ଓ ମାନେକା ଗାନ୍ଧୀଙ୍କୁ ଝଟକା: ଉଭୟଙ୍କ ନିର୍ବାଚନୀ ପ୍ରଚାର ଉପରେ କଟକଣା ଜାରି କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ, ୧୫/୪: ସମଗ୍ର ଦେଶରେ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ଖୁବ ଉଷ୍ମ । ଏହାରି ମଧ୍ୟରେ ଆଜି ଏସପିର ବରିଷ୍ଠ ନେତା ଆଜମ ଖାନ ଓ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ମାନେକା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ଉପରେ କଟକଣା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଆଜମ ଖାନ ଆସନ୍ତାକାଲି ଦିନ ୧୦ଟା ପରଠାରୁ ଆଗାମୀ ୩ଦିନ ଓ ମାନେକା ଗାନ୍ଧୀ ଆଗାମୀ ୨ଦିନ ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ସଭାରେ ପ୍ରଚାର କରିପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଆଜମ ଖାନ୍ ଓ ମାନେକା ଗାନ୍ଧୀ ଆଦର୍ଶ ଆଚରଣ ବିଧିର ଉଲଘଂନ କରି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଉଭୟଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ ।
ଉଲ୍ଲେଖଯୋଗ୍ୟ ଯେ ଆଦର୍ଶ ଆଚରଣ ବିଧି ଉଲଘଂନ କରିବା ଅଭିଯୋଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ମୁଖ୍ୟ ମାୟାବତୀଙ୍କ ଉପରେ ମଧ୍ୟ ଆଜି ଏଭଳି କଟକଣା ଲଗାଇଥିଲେ ଇସିଆଇ ।

Show More

Leave a Reply

Your email address will not be published. Required fields are marked *

Related Articles