fbpx

ଅମ୍ପନ ପ୍ରଭାବ: ପଶ୍ଚିମବଙ୍ଗରେ ୭୨ମୃତ, ମୃତକଙ୍କ ପରିବାରକୁ ମମତାଙ୍କ ସହାୟତା ଘୋଷଣା

ପଶ୍ଚିମବଙ୍ଗ, ୨୧ା୫: ଗତକାଲି ପ୍ରଳୟଙ୍କରୀ ବାତ୍ୟା କେତେକ ଜାଗାରେ ତାଣ୍ଡବ ରଚିଥିଲା । ଏହା ପ୍ରଭାବରେ ବହୁ ଜୋର ସେ ପବନ ହେବା ସହ ବର୍ଷା ମଧ୍ୟ ହୋଇଥିଲା । ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ତାଣ୍ଡବ ରଚି ୭୨ଜଣଙ୍କର ଜୀବନ ନେଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମମତା । ଏହାସହ ଏଭଳି ଦୁର୍ବିପାକ କେବେ ଦେଖି ନାହାନ୍ତି ବୋଲି ସେ କହିଛନ୍ତି । ରାଜ୍ୟକୁ ଆସି ସ୍ଥିତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.