INTERNATIONAL NEWSNEWSTOP STORIES

ଫ୍ରାନ୍ସର ୮୫୦ ବର୍ଷ ପୁରୁଣା ନୋଟ୍ର-ଡାମ୍‌ ଚର୍ଚ୍ଚରେ ନିଆଁ, ଦେଖନ୍ତୁ ଭିଡିଓ

ପ୍ୟାରିସ,୧୬ ।୪: ଫ୍ରାନ୍ସର ପ୍ୟାରିସରେ ଥିବା ୩୦୦ ଫୁଟ ଉଚ୍ଚ ଶୃଙ୍ଗ ଥିବା ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ର ଡାମ୍ କ୍ୟାଥେଡ୍ରଲରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାରୁ ୮୫୦ ବର୍ଷ ପୁରୁଣା ଏହି ବିଶ୍ୱ ଐତିହ୍ୟଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଚର୍ଚ୍ଚର ଶିଖର କାଠରେ ତିଆରି ହୋଇଥିବା ବେଳେ ସୀସାରେ ଏହାକୁ କଭର କରାଯାଇଥିଲା ।

ଚର୍ଚ୍ଚରେ କିପରି ଅଗ୍ନିକାଣ୍ଡ ଘଟିଲା, ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେଠାରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲିଭାଇବା ପାଇଁ ପ୍ରାୟ ୪୦୦ ଦମକଳ ବାହିନୀ ନିୟୋଜିତ କରାଯାଇଥିଲା । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ନିଆଁକୁ ଆୟତ୍ତ କରିପାରିଥିଲେ ଦମକଳ ବାହିନୀ । ଏହି ଚର୍ଚ୍ଚ ଦୁନିଆର ସବୁଠାରୁ ପୁରାତନ ଚର୍ଚ୍ଚ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷାଧିକ ଲୋକ ଏଠାକୁ ବୁଲିବାକୁ ଆସିନ୍ତି । ଏହି ଚର୍ଚ୍ଚକୁ ୟୁନେସ୍କୋ ପକ୍ଷରୁ ବିଶ୍ଵ ଐତିହ୍ୟ ଘୋଷଣା କରିଥିଲା । ଖବର ପାଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁଃଖପ୍ରକାଶ କରିଥିଲେ।

Show More

Leave a Reply

Your email address will not be published. Required fields are marked *

Related Articles