ELECTION 2019ODISHAPOLITICSTOP STORIES

ବରଗଡରେ କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ନବୀନ

ବରଗଡ,୧୬ ।୪(ଓଡିଶା ଭାସ୍କର): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିବ ପ୍ରଚାର କାର୍ଯ୍ୟ । ଏନେଇ ଆଜି ବରଗଡରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ ।

ନବୀନ ନିଜର ଉଦବୋଧନରେ କହିଛନ୍ତି କି, ‘୪୦ ଲକ୍ଷ ଓଡ଼ିଆ କାଳିଆ ଯୋଜନାରେ ସହାୟତା ପାଇଛନ୍ତି । କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି, କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ କରିବାକୁ ଦେବିନାହିଁ । ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ଦିଆଯିବ । ୨ଟି କିସ୍ତିରେ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ‘

ଏହା ସହ ନବୀନ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି କି, ‘MSP ୨ ଗୁଣା ଦେବାକୁ କହି ଭୁଲିଗଲା ବିଜେପି । ବୁଣାକାରଙ୍କ ଉପରେ କେନ୍ଦ୍ର GST ଲଗାଇଲା, ମାତ୍ର ୨ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ସବୁ ଜାଣି ମଧ୍ୟ ଚୁପ୍ ରହିଲେ ।’

ସାଢ଼େ ୪ କୋଟି ଓଡ଼ିଆବାସୀ ମୋ ପରିବାର, ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରି ଚାଲିବି ବୋଲି ଶେଷରେ କହିଛନ୍ତି ନବୀନ ।

Show More

Leave a Reply

Your email address will not be published. Required fields are marked *

Related Articles