ELECTION 2019NATIONALNATIONAL NEWSNEWSPOLITICSTOP STORIES

ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ଜାରି ରହିବ ୪୮ ଘଣ୍ଟାର ବନ୍ଦ ଆଦେଶ

ନୂଆଦିଲ୍ଲୀ,୧୬ ।୪: ୨୦୧୯ ଲୋକସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତଥିବା ବିଏସପି ମୁଖ୍ୟ ମାୟାବତୀ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ସଭାରେ ପ୍ରଚାର କରିପାରିବେନି ବୋଲି ନିର୍ବାଚନ କମିଶନ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ କମିଶନଙ୍କ ଏପରି ନିର୍ଦ୍ଦେଶ ପରେ ଆଜି ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା ଲାଗିଛି । ନିର୍ବାଚନ କମିଶନଙ୍କ ଦ୍ଵାରା ଲଗାଯାଇଥିବା ଏହି ବନ୍ଦ ଆଦେଶକୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କୁ ଗୁହାରି କରିଥିଲେ ମାୟାବତୀ । କିନ୍ତୁ ସୁପ୍ରିମକୋର୍ଟ ମାୟାବତୀଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି ।
ସେହିପରି ଗତକାଲି ମାୟାବତୀଙ୍କ ସହ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଗାମୀ ୩ ଦିନ ପାଇଁ ନିର୍ବାଚନୀ ସଭାରେ ପ୍ରଚାର କରିପାରିବେନି ବୋଲି ନିର୍ଦ୍ଦେଶ ଦେଇଥିଲେ କମିଶନ ।

ଉଲ୍ଲେଖଯୋଗ୍ୟ ଯେ ଯୋଗୀ ଆଦିତ୍ୟନାଥ ଓ ମାୟାବତୀ ଆଦର୍ଶ ଆଚରଣ ବିଧିର ଉଲଘଂନ କରି ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଉଭୟଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ ।

Show More

Leave a Reply

Your email address will not be published. Required fields are marked *

Related Articles