ELECTION 2019NEWSODISHAPOLITICSTOP STORIES

ସମ୍ବଲପୁରରେ ମୋଦିଙ୍କ ଉଦବୋଧନ

ସମ୍ବଲପୁର,୧୬ ।୪(ଓଡିଶା ଭାସ୍କର): ଆଜି ଓଡିଶା ଗସ୍ତରେ ଆସି ସମ୍ବଲପୁର ବିଜୟ ସଂକଳ୍ପ ସମାବେଶରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଆ ସମଲେଶ୍ବରୀଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କରି ମୋଦି କହିଛନ୍ତି କି, “ଓଡ଼ିଶା ଆସିବା ମୋ ପାଇଁ ତୀର୍ଥଯାତ୍ରା । ବିଜେପି ସରକାର ଦେଶରୁ ଭ୍ରଷ୍ଟାଚାର ହଟାଇବା କାମ କରିଛି । ଏବେ କେନ୍ଦ୍ରରୁ ଆସୁଥିବା ୧୦୦% ଟଙ୍କା ଲୋକଙ୍କ ନିକଟରେ ପହଞ୍ଚୁଛି ।”
ଏହା ସହିତ ପୁଣି ମୋଦି କହିଛନ୍ତି, “ଓଡ଼ିଶାରେ ମହାନଦୀ, ହୀରାକୁଦ ଥାଇ ବି କୃଷକଙ୍କୁ ପାଣି ମିଳୁନି । PM କିଷାନ ଯୋଜନାର ଲାଭ ଓଡ଼ିଶା ଚାଷୀଙ୍କୁ ମିଳୁନି । ଯଦି ବିଜେପି ସରକାର ଆସେ ତେବେ ସବୁ କୃଷକଙ୍କ ଆକାଉଣ୍ଟକୁ ସହାୟତା ରାଶି ଯିବା । ଏହା ସହ କେନ୍ଦ୍ରରେ ବିଜେପି ଆସିଲେ ଜଳଶକ୍ତି ମନ୍ତ୍ରାଳୟ ଗଠନ ହେବ । ”

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି କି, “ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରୁ ଓଡ଼ିଶାକୁ ୬ ହଜାର କୋଟି ଦିଆଯାଇଛି । ବିଜେଡି ସରକାର ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିଛି ।କେନ୍ଦ୍ର ଦେଉଥିବା ଚାଉଳକୁ ଲୋକଙ୍କୁ ଦେଇ ବାହାବା ନେଉଛି ରାଜ୍ୟ । ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ଦେଉଛି ୧୯ ଟଙ୍କା ଓ ରାଜ୍ୟ ଦେଉଛି ୨ ଟଙ୍କା ।”

Show More

Leave a Reply

Your email address will not be published. Required fields are marked *

Related Articles