ELECTION 2019NEWSODISHAPOLITICSTOP STORIES

ଇସିଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୬ ।୪(ଓଡିଶା ଭାସ୍କର): ଆଗାମୀ ୧୮ରେ ରାଜ୍ୟରେ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ହିଞ୍ଜିଳି ପୋଲିସ ଅଧିକାରୀ ଓ ନିର୍ବାଚନ ଅଧିକାରୀଙ୍କୁ ବିଜେପି ନେତା ଗାଳିଗୁଳଜ କରିଥିବା ଅଭିଯୋଗ କରି ବିଜେଡି ଫେରାଦ ହୋଇଛି । ଏହା ସହିତ ଏହି ଘଟଣାରେ ଜଡିତ ଥିବା ୩ ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନିର୍ବାଚନ ଅଧିକାରୀଙ୍କୁ ଧମକାଇଥିବା ଅଭିଯୋଗ ହୋଇଛି ।

ଏହା ସହ ବୈଜୟନ୍ତ ପଣ୍ଡା ପ୍ରଚାରରେ ଇମ୍ଫାର ହେଲିକପ୍ଟର ବ୍ୟବହାର କରୁଛନ୍ତି, କିନ୍ତୁ ଏହି ଖର୍ଚ୍ଚ ପ୍ରାର୍ଥୀଙ୍କ ଖାତାରେ ରହୁଛି କି ନାହିଁ ସେଥିପାଇଁ ତର୍ଜମା ଦାବି କରିଛି ବିଜେଡି । ଏହା ବ୍ୟତୀତ ସୋସିଆଲ ମିଡିଆରେ ନବୀନଙ୍କ ଫଟୋକୁ ବ୍ୟଙ୍ଗ କରାଯାଉଥିବାର ମଧ୍ୟ ବିଜେଡି ଅଭିଯୋଗ ଆଣିଛି ।

Show More

Related Articles

Leave a Reply

Your email address will not be published. Required fields are marked *