ELECTION 2019ODISHAPOLITICSTOP STORIES

ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ବିକେ ଶର୍ମା

ଖୋର୍ଦ୍ଧା, ୧୬ା୪(ଓଡ଼ିଶା ଭାସ୍କର): ଖୋର୍ଦ୍ଧାରେ ଦୁଇଦିନ ତଳେ ହୋଇଥିବା ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଆଇଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବେ ଜଣେ ଡ଼ିଏସପି । ଭାରାପ୍ରାପ୍ତ ପୋଲିସ ନିର୍ଦ୍ଦେଶକ ବିକେ ଶର୍ମା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଏହି ମାମଲାରେ ମଧ୍ୟ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ଉଲ୍ଲେଖଯୋଗ୍ୟ ଯେ ଜଟଣୀର ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଦୁଇଦିନ ତଳେ ରାତିରେ ହତ୍ୟା କରାଯାଇଥିଲା । ଦୁଇଜଣ ଯୁବକ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳି କରିଥିଲେ । ମଙ୍ଗୁଳି ଜେନା ବଡ଼ ପୋଖରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles