NEWSODISHAPOLITICSTOP STORIES

ସମ୍ବଲପୁରରେ ରାସ୍ତା ମଝିରେ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ କଥା କଟାକଟିର ଭିଡିଓ ହେଲା ଭାଇରାଲ

ସମ୍ବଲପୁର, ୧୬/୪(ଓଡିଶାଭାସ୍କର): ଗତକାଲି ସମ୍ବଲପୁରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ମଧ୍ୟରେ ଯୁକ୍ତି ତର୍କର ଏକ ଭିଡିଓ ଏବେ ସମଗ୍ର ରାଜ୍ୟରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏଥି ସହ ଏହାର ଭିଡିଓ ବିଭିନ୍ନ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମ ମାନଙ୍କରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକୁ ଯାଂଚ କରିବା ସମୟରେ ସ୍ଥାନୀୟ ପୁଲିସକୁ ଧର୍ମେନ୍ଦ୍ର ଯାଂଚ କାଗଜ ମାଗିବା ସହ କଣ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାରକୁ ଯାଂଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ, ଯାହା ଭିଡିଓରେ ଦେଖବାକୁ ମିଳୁଛି । ତେବେ ସେମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଜ ଦାୟିତ୍ୱ ସମ୍ପାଦନା କରୁଥିବା କହୁଛନ୍ତି ପୁଲିସ ଅଫିସର ମାନେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଛି ।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ହିଞ୍ଜିଳିିରେ ବିଜେପିର ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଓ ପୁଲିସ ମଧ୍ୟରେ କଥା କଟାକଟିର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles