fbpx

ଦେଶରେ ୩୫୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,୨୨/୫:  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୫୮୩ ରେ ପହଞ୍ଚିଛି।

ସେହିପରି  ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୪୭କୁ ବୃଦ୍ଧି ପାଇଛି ।  ୬୬,୩୩୦ ଜଣ  ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଲେଣି ୪୮,୫୩୪ ଜଣ । ଏନେଇ  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।

ଦେଶରେ  ୨୪ ଘଣ୍ଟାରେ ୧୪୮ ମୃତ ଏବଂ ୬,୦୦୮ ଟି ନୂଆ ମାମଲା ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ୧,୪୫୪ ଜଣଙ୍କ ମୃତ୍ୟୁ ହୋଇଛି। ଗୁଜରାଟରେ ୭୭୩, ମଧ୍ୟପ୍ରଦେଶରେ ୨୭୦, ପଶ୍ଚିମବଙ୍ଗରେ ୨୫୯, ଦିଲ୍ଲୀରେ ୧୯୪, ରାଜସ୍ଥାନରେ ୧୫୧, ଉତ୍ତର ପ୍ରଦେଶରେ ୧୩୮ଜଣଙ୍କର ମୃତ୍ୟୁ ହୋଇଛି।

Get real time updates directly on you device, subscribe now.