fbpx

ପ୍ରଥମ କରୋନା ଟୀକାକୁ ୧୦୦ ଲୋକଙ୍କ ଉପରେ କରାଗଲା ଟ୍ରାଏଲ, ଜାଣନ୍ତୁ କଣ ଆସିଲା ରେଜଲ୍ଟ

ଚୀନରେ କରୋନା ଭାଇରସକୁ ନେଇ ପ୍ରସ୍ତୁତ ହୋଇଥିବା ଟୀକାକୁ ନେଇ ଆଶାର କିରଣ ବଢିବାରେ ଲାଗିଛି । ପ୍ରାୟ ୧୦୮ ଲୋକଙ୍କ ଉପରେ ଏହି ଟୀକା ଟ୍ରାଏଲ କରାଯାଇଥିଲା । ଟ୍ରାଏଲ ପରେ ସକାରାତ୍ମକ ଫଳାଫଳ ମିଳିଛି । ଏହି ଟୀକା ଶରୀରରେ କରୋନା ଭାଇରସ୍ ସହ ଲଢି ଇମ୍ୟୁନିଟି ବଢାଇବାରେ ଲାଗିଛି । ଚୀନର ଟୀକାକୁ ଟ୍ରାଏଲକୁ ନେଇ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । ଆମେରିକା କମ୍ପାନୀ ମଧ୍ୟ କରୋନା ଟୀକା ପ୍ରସ୍ତୁତ କରିସାରିଛି ବୋଲି ଦାବି କରୁଛି । ପ୍ରଥମ ଟ୍ରାଏଲ ସଫଳ ପରେ ଆଉ ୨ଟି ପରୀକ୍ଷା କରାଯିବ । ଏହାପରେ ବଜାରକୁ ଟୀକା ଆସିବ ବୋଲି ଆମେରିକା କମ୍ପାନୀ ମୋଡର୍ଣ୍ଣ କହିଛି ।

ତେବେ ଚୀନ ଟୀକାରେ କିଛି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି, ଯେପରିକି ଜ୍ୱର ଓ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହେବା । କିନ୍ତୁ ଏହା ଗୋଟିଏ ମାସ ଭିତରେ ଶେଷ ହୋଇଥିଲା । ଏହି ଟୀକାରେ କୌଣସି ଗୁରୁତର ବିପଦ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.