fbpx

ଲକଡାଉନରେ ବିରକ୍ତ ହେବାରୁ ଏପରି କଲେ ଯୁବକ, ଧରାପଡିବା ପରେ ନିର୍ଧୁମ୍ ମାଡ

କରୋନା ଭାଇରସ୍ ଯୋଗୁଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି । ଏହାରି ମଧ୍ୟରେ ଏକ ମାମଲା ସାମନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଲକଡାଉନରେ ବିରକ୍ତ ହୋଇ ଜଣେ ଯୁବକ ଏକ ସରକାରୀ ବସ୍ ଚୋରି କରିବା ପରେ ତାକୁ ନେଇ ବୁଲିବାକୁ ବାହାରିପଡିଲା । ଏହାରି ମଧ୍ୟରେ ପୋଲିସ ହାତରେ ଧରାପଡିଲା ପରେ ଆରମ୍ଭ ହେଲା ନିର୍ଧୁମ୍ ମାଡ ।

ତେବେ କର୍ଣ୍ଣାଟକର ଜଣେ ଯୁବକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଧର୍ମାବରମ ଆଟିସି ବସ୍ ଡିପୋରୁ ସରକାରୀ ବସ୍ ଚୋରି କରି ଗୁଟ୍ଟୁର ରୋଡ୍ ଦେଇ ବେଙ୍ଗାଲୁରୁ ଯାଉଥିଲେ । ଏହି ସମୟରେ ୨ ରାଜ୍ୟର ସୀମାରେ ବସ୍ ସହ ଯୁବକକୁ ଧରିଥିଲା ପୋଲିସ । ତା ପରେ ଯୁବକଙ୍କୁ ଆରମ୍ଭ ହୋଇଥିଲା ଉତ୍ତର ମଧ୍ୟମ ମାଡ । ଏହା ପରେ ଯୁବକକୁ ପୋଲିସ ଗିରଫ କରିବା ପରେ ପଚରାଉଚରା ଆରମ୍ଭ କରିଥିଲା । ପରେ ଜଣାପଡିଲା ଯେ, ଯୁବକ ଜଣକ ଳକଡାଉନରେ ବିରକ୍ତ ହେବାରୁ ସରକାରୀ ବସ୍ ଚୋରୀ କରି ବୁଲିବାକୁ ଯାଉଥିଲେ ।

Get real time updates directly on you device, subscribe now.