ELECTION 2019NATIONALNATIONAL NEWSODISHAPOLITICSTOP STORIES

ଆସନ୍ତାକାଲି ଓଡିଶା ଆସିବେ ଗୃହମନ୍ତ୍ରୀ ରାଜନାଥ, ୨୦ରେ ଆସିବେ ମୁକ୍ତାର ଆବାସ

ଭୁବନେଶ୍ୱର, ୧୮/୪(ଓଡିଶାଭାସ୍କର) : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ଗୃହମନ୍ତ୍ରୀ ଓଡିଶା ଆସିବା ସହ ମୟୁରଭଞ୍ଜ, ନୟାଗଡ ଓ କଟକ ସଦରରେ ହେବାକୁ ଥିବା ଦଳୀୟ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଆସନ୍ତା ୨୦ ତାରିଖରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି । ସେ ସାଲେପୁର, କେନ୍ଦ୍ରାପଡା ଓ ଭଦ୍ରକରେ ହେବାକୁ ଥିବା ଦଳୀୟ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ରାଜ୍ୟ ବିଜେପି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *