fbpx

ଅନ୍ତର୍ଜାତୀୟ ବିମାନ ଓ ଅନ୍ୟାନ୍ୟ ଯାତ୍ରା ପାଇଁ ଗାଇଡ୍ ଲାଇନ୍ ଜାରି

ନୂଆଦିଲ୍ଲୀ,୨୪/୫: ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଜାରି ହୋଇଛି ଗାଇଡ ଲାଇନ୍ । ଏଣିକି ବିମାନରେ ଆସୁଥିବା ସମସ୍ତ ଯାତ୍ରୀ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ । ସମସ୍ତ ପ୍ରବାସୀ ନିଜ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ସେମାନେ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରହିବେ ବୋଲି ଅଣ୍ଡରଟେକିଂ ଲେଖିବେ। ଅର୍ଥ ପୈଠ କରି ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ୭ ଦିନ ଘରେ କ୍ୱାରେଣ୍ଟାଇନରେ ରହିବେ । ଏହା ସହ ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ ଦେଶରେ ଯାତ୍ରା କରିବାକୁ ପାଇଁ ମଧ୍ୟ ଗାଇଡଲାଇନ୍ ଜାରି ହୋଇଛି । ଅନ୍ତଃରାଜ୍ୟ ବିମାନ, ଟ୍ରେନ୍ ଓ ବସ୍ ଯାତ୍ରୀଙ୍କ ପାଇଁ ଏହି ଗାଇଡ୍ ଲାଇନ୍ ଲାଗୁ ହେବ । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କଣ କରିବେ, କଣ ନ କରିବେ, ସେ ବିଷୟରେ ଟିକେଟରେ ତଥ୍ୟ ରହିବ । ଏହା ସହ ସମସ୍ତ ବିମାନ, ଟ୍ରେନ୍ ଓ ବସ୍ ଯାତ୍ରୀଙ୍କ ପାଇଁ ମଧ୍ୟ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ବାଧ୍ୟତାମୂଳକ । କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ ।

Get real time updates directly on you device, subscribe now.