ELECTION 2019ODISHAPOLITICSTOP STORIES

ବିଜେଡ଼ିରେ ନୂଆ ନିଯୁକ୍ତି

ଭୁବନେଶ୍ୱର,୧୮ା୪(ଓଡ଼ିଶା ଭାସ୍କର):ଆଜି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଶ୍ରୀ ସତ୍ୟବ୍ରତ ପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଶ୍ରୀ ସ୍ମୃତିପ୍ରକାଶ ନନ୍ଦଙ୍କୁ ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ବଲାଙ୍ଗୀର ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଓ ସହ-ପର୍ଯ୍ୟବେକ୍ଷକ ଭାବେ ଲାଞ୍ଜିଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କୁ ନିଯୁକ୍ତ କରିଥିବା ବେଳେ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ଭୁବନେଶ୍ୱରର ସୁଶ୍ରୀ ମନ୍ଦାକିନୀ କରଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ ଇସ୍ତହାରରେ ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *