ELECTION 2019ODISHAPOLITICSTOP STORIESUncategorized

ହର ପ୍ରସାଦଙ୍କୁ ବିଜେଡ଼ିରେ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଶ୍ରୀ ହରପ୍ରସାଦ ସାହୁଙ୍କ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଏଥିସହିତ ବେଗୁନିଆ ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ପୂର୍ବଘୋଷିତ ନିର୍ଦେଶନାମାକୁ ବାଦ ଦେଇ ବିଜୁ ମହିଳା ଜନତା ଦଳ ସମ୍ପାଦିକା ଶ୍ରୀମତୀ ଏଲିନା ଦାସଙ୍କୁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ କଟକ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଫୁଲ୍ଲ ସିହଙ୍କୁ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *