ELECTION 2019ODISHAPOLITICSTOP STORIES

ଇଭିଏମ ଭାଙ୍ଗିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ବିଜେପି ବିଧାୟକ ପ୍ରାର୍ଥୀ

ସୋରଡ଼ା,୧୮ା୪(ଓଡ଼ିଶା ଭାସ୍କର): ସୋରଡ଼ାର ରେଣ୍ଟିର ବୁଥ ନମ୍ବର ୧୮୨ରେ ଇଭିଏମ ଭଙ୍ଗାଯାଇଥିଲା । ଇଭିଏମ ମେସିନ ଭାଙ୍ଗଥିବା ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇଛନ୍ତି । ନୀଳମଣିଙ୍କୁ ଗିରଫ କରିଛି ସୋରଡ଼ା ଥାନା ପୋଲିସ । ପ୍ରିଜାଇଡ଼ିଂ ଅଫିସରଙ୍କ ଅଭିଯୋଗ ଆଧାରରେ ସେ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆସ୍କା ଏସଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ ।
ଉଲ୍ଲେଖଯୋଗ୍ୟ ଯେ କିଛି ସମୟ ତଳେ ଗଞ୍ଜାମର ସୋରଡ଼ା ବିଜେପି ପ୍ରାର୍ଥୀଙ୍କ ଇଭିଏମ ଭଙ୍ଗା ଘଟଣାକୁ ବିଜେଡ଼ି ପକ୍ଷରୁ ନିନ୍ଦା କରାଯାଇଥିଲା । ଏନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ବିଜେପି ପରାଜୟ ଭୟରେ ଇଭିଏମ ଭାଙ୍ଗିଛି । ଏବଂ ଜାଣିଶୁଣି ଏଭଳି ରାଜନୈତିକ ହିଂସା କାଣ୍ଡ ଭିଆଉଛି । ବିଜେପିକୁ ଏହିପରି ହିଂସାରୁ ଦୂରେଇ ରହିବାକୁ କହିଛନ୍ତି ସସ୍ମିତ ।

Show More

Related Articles

Leave a Reply

Your email address will not be published. Required fields are marked *