fbpx

କ୍ୱାରେଣ୍ଟାଇନ ସେଣ୍ଟରେ ମାତିଲେ ମଦୁଆ

କରୋନା ମୁକାବିଲା ପାଇଁ ଲକଡାଉନ୍ ଲାଗୁ ହୋଇଥିବା ନିୟମକୁ ମାନୁଛି ବା କିଏ । ଖୋଦ୍ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଲୋକେ ଏହାକୁ ଫୁ କରି ଉଡାଇଦେଉଛନ୍ତି । ପୂର୍ବରୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ନାଚ ଗୀତର ଟିକ୍ ଟକ୍ ଭିଡିଓ ଭାଇରାଲ ହେବା ପରେ ଏବେ ମାତଛନ୍ତି ମଦୁଆ । ପ୍ରବାସୀମାନଙ୍କର ମଦ୍ୟପାନ କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା କେନ୍ଦୁଝରର ଆଗରଦା କ୍ୱାରେଣ୍ଟାଇନ କେନ୍ଦ୍ରରେ ଘଟିଯାଇଛି । ପ୍ରବାସୀଙ୍କ ମଦ ପିଇବା ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ମଦ ଯୋଗାଇଥିବା ଯୁବକକୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.