fbpx

ସନ୍ଧ୍ୟା ୭ଟା ସୁଦ୍ଧା କାଳବୈଶାଖୀ ନେଇ ୮ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି । ଏହାସହ ଦିନକୁ ଦିନ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ଆଗାମୀ କେତେ ଦିନ ମଧ୍ୟ ଏହିପରି ଗ୍ରୀଷ୍ମ ତାତି ଲାଗି ରହିବ । କିନ୍ତୁ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ୮ଜିଲ୍ଲାରେ ବର୍ଷା ସହ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛିି । ୮ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କନ୍ଧମାଳ ଓ ମାଲକାନଗିରି । ଏହି ସବୁ ଜିଲ୍ଲାରେ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ।

Get real time updates directly on you device, subscribe now.