NATIONALNATIONAL NEWSNEWSTOP STORIES

ସୀମାରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର, ୨୦/୪ : ଆଜି ଜମ୍ମୁ କଶ୍ମୀରର ସୋପୋର ଅଞ୍ଚଳରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିଚାଳନା ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଆଜି ସୋପୋରର ୱାଟରଗ୍ରାମ ଅଞ୍ଚଳରେ ୩୨ ଆରଆର ପାଟୋଲିଂ ପାର୍ଟି ଗସ୍ତ କରୁଥିବା ବେଳେ ସେଠାରେ ଲୁଚି ରହିଥିବା କିଛି ଆତଙ୍କବାଦୀ ସେମାନଙ୍କ ଉପରକୁ ହଠାତ ଗୁଳି କରିବା ଆରମ୍ଭ କରିଦେଇଥିଲେ । ପରେ ସୁରକ୍ଷାକର୍ମୀ ମଧ୍ୟ ସେମାନଙ୍କୁ ପାଲଟା ଜବାବ ଦେଇଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲା ଜଣେ ଆତଙ୍କବାଦୀ ।

Show More

Leave a Reply

Your email address will not be published. Required fields are marked *

Related Articles